ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ
ରୂପେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟତା ଦିଆଯିଇଛି । ୨୦୧୪ ଅଗଷ୍ଟ ମାସରେ ଘୋଷିତ ହୋଇଥିଲା ।
ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରରମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର
ଧନୁ ଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର
ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବ ରୂପେ ସେହି ତାଲିକାରେ ସଂଯୋଜିତ ହୋଇଛି । କୁହାଯାଇଥିଲା ଯେ
ଏହି କ୍ରମରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ପୀଠ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ସକାଶେ
ଏକ କୋଟି ଟଙ୍କା ସହାୟତା ମଞ୍ଜୁର କରାଯାଇଛି ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ରାଜ୍ୟସ୍ତରୀୟ ମହୋତ୍ସବ
ରୂପେ ମାନ୍ୟତା ପାଇବା ନିଷ୍ପତ୍ତି ସହରବାସୀଙ୍କ ନିମନ୍ତେ ଆନନ୍ଦର ବିଷୟ । ଲୋକ
ମହୋତ୍ସବଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣ ଏହାର ଆୟୋଜନ ଓ ପାଳନରେ ସହାୟକ ହୋଇଥାଏ ।
ଏହା ଆଖପାଖ ଅଞ୍ଚଳର ଦର୍ଶକମାନଙ୍କୁ ଆପେ ଆପେ ଆକର୍ଷିତ କରିଥାଏ । ମୁଖ୍ୟତଃ ଲୋକମୁଖରେ ଉତ୍ସବର ବିଭିନ୍ନ ବିଭବ ପ୍ରଚାରିତ
ହୋଇଥାଏ । ଠାକୁରାଣୀ ଯାତ୍ରା ବ୍ରହ୍ମପୁରର ମୌଳିକ ଉତ୍ସବ ରୂପେ ପାଳିତ ହେଉଥିଲେ ହେଁ ଏହା
ଗଞ୍ଜାମ, ଗଜପତି, ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଅବିଭକ୍ତ ପୁରୀ ଜିଲ୍ଲା ସମେତ ପଡ଼ୋଶୀ
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଜିଲ୍ଲାରୁ ଦର୍ଶକଙ୍କୁ ଆକର୍ଷିତ କରିଥାଏ ।
ଅତୀତରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଶଗଡ଼ରେସପରିବାରେ ଯାତ୍ରାରେ ଯୋଗଦେବା ନିମନ୍ତେ
ପହଞ୍ଚୁଥିଲେ । ଯାତ୍ରା ଉପଭୋଗ କରିବା ସହ ବ୍ରହ୍ମପୁର ବଜାରରେ କିଣାବିକା ଓ ମଉଜମଜଲିସ ଅନ୍ୟତମ
ଆକର୍ଷଣ ରହୁଥିଲା । ସ୍ୱାଧୀନତା ପୂର୍ବାବସ୍ଥାରେ ବ୍ରହ୍ମପୁର ମନ୍ଦିରମାଳିନୀ ଓ ପୁଷ୍କରଣୀମୟ
ସହର ରୂପେ ଗଢ଼ି ଉଠିଥିଲା । ଗ୍ରାମାଞ୍ଚଳରୁ ଶଗଡ଼ରେ ଆସି ପହଞ୍ଚୁଥିବା ପରିବାରଗୁଡ଼ିକ ପୋଖରୀ
ହୁଡ଼ାରେଶଗଡ଼ ଅଟକାଉ ଥିଲେ । ବ୍ରହ୍ମପୁରରେ ଅପରାହ୍ନ ସୁଦ୍ଧା ପହଞ୍ଚି ଅନ୍ତତଃ ପକ୍ଷେ ଗୋଟିଏ
ରାତି ବିତାଇ ତହିଁ ପରଦିନ ସକାଳୁ ସକାଳୁବାସସ୍ଥାନ ଅଭିମୁଖେ ଫେରିବା ଏକ ସାଧାରଣ ପ୍ରଥାରୂପେ
ପରିଗଣିତ ହେଉଥିଲା । ଯାତ୍ରାରେ ଯୋଗଦେବାପାଇଁ ଏକାଧିକ ପରିବାର ଏକତ୍ର ଆସୁଥିବା ହେତୁ ଘରୁ ବାହାରିବାଠାରୁ ଘରେ
ପହଞ୍ଚିବା ଦୁଇ ଦିନ ଯାଏଁ ଉତ୍ସବମୁଖରମାହୋଲରେ ସମୟ ଅତିବାହିତ ହେଉଥିଲା । ଗ୍ରୀଷ୍ମକାଳୀନ
ପାଣିପାଗ ଓ ଫସଲ ଆମଦାନୀପର ସମୟ ଗ୍ରାମାଞ୍ଚଳ କୃଷିଜୀବୀମାନଙ୍କୁ ଯାତ୍ରା ଉପଭୋଗ କରିବାପାଇଁ
ଅନୁକୂଳ ବାତାବରଣ ଓ ଖର୍ଚ୍ଚ କରିବାପାଇଁ
ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଉଥିଲା ।
ସ୍ୱାଧୀନୋତ୍ତର ଅବସ୍ଥାରେ ରାସ୍ତାଘାଟର ଉନ୍ନତି ଓ ମଟରଗାଡ଼ିର
ବ୍ରହ୍ମପୁରରେ ପହଞ୍ଚିବା ପାଇଁ ନୂତନ ସୁବିଧା ସୃଷ୍ଟି କଲା । ଅତୀତରେ ବ୍ରହ୍ମପୁର ସହର
ପରିଦର୍ଶନ ପାଇଁ ଦୀର୍ଘ ସମୟ ବ୍ୟବଧାନରେର ସୁଯୋଗ ପାଉଥିବା ବହୁ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ
ଉଦ୍ଦେଶ୍ୟରେ ବାରମ୍ୱାର ବ୍ରହ୍ମପୁର ଗସ୍ତ କରିବା ସମ୍ଭବପର ହୋଇପାରିଲା । ଫଳତଃ
ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁର ପରିଦର୍ଶନର ଉନ୍ମାଦନା ଅପସରି ଗଲା ।
ବହୁ ଦୂରରୁ ଯାତ୍ରୀମାନେ ଖୁବ୍ କମ୍ ସମୟରେ ବ୍ରହ୍ମପୁରରେ ପହଞ୍ଚି ପାରିଲେ । ସହରର
ବର୍ଦ୍ଧିଷ୍ଣୁ ହୋଟେଲ ଓ ଲଜିଂରେସପରିବାରରେ ରାତି ବିତାଇଲେ । ବ୍ରହ୍ମପୁର ବଜାରକୁ ଆବଶ୍ୟକମତେ
ଯିବା ଆସିବା ଚାଲୁ ରହୁଥିବା ହେତୁ ହୁଏତ କିଣାବିକାର ପୂର୍ବ ଗୁରୁତ୍ୱ ନ ଥିଲେ ମଧ୍ୟ ଯାତ୍ରାର
ଉତ୍ସବମୁଖର କିଣାବିକାର ପ୍ରଭାବ ସମୂଳେ ଲୋପ ପାଇପାରିନାହିଁ ।
ଜରୁରିକାଳୀନ ପରିସ୍ଥିତି ପର ଅବସ୍ଥାରେ
ଓଡ଼ିଶାରେସମ୍ୱାଦପତ୍ରର ଲୋକପ୍ରିୟତା, ୧୯୮୨ରୁ ଦୂରଦର୍ଶନ, ୧୯୯୨ରୁ କେବଲ ଟେଲିଭିଜନ ଓ ୨୦୦୨ରୁ
ଓଡ଼ିଆଚ଼୍ୟାନେଲର ପ୍ରସାରଣ ସଙ୍ଗେ ଜଗତୀକରଣର ପ୍ରଭାବ ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନଲାଗି ସଂପୂର୍ଣ୍ଣ ପରିବର୍ତ୍ତିତ ପରିବେଶ ସୃଷ୍ଟି କଲା ।
ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ପକ୍କାସଡ଼କଦ୍ୱାରା ସଂଯୋଗ ହେବା ସାଙ୍ଗକୁ ଦୁଇ ଚ଼କିଆ, ତିନି ଚ଼କିଆ
ଓ ଚ଼ାରିଚ଼କିଆ ହାଲକା ମଟରଗାଡ଼ି ହାତ ପାଆନ୍ତାରେ ଉପଲବ୍ଧ ହେବାପରେ ଯାତ୍ରାରେ ଯୋଗଦେବା ପାଇଁ
ବ୍ରହ୍ମପୁର ଯିବା-ଆସିବା ଅତ୍ୟନ୍ତ ସହଜପ୍ରଦ ହୋଇପାରିଛି । ଠାକୁରାଣୀ ଯାତ୍ରା ସଂପର୍କରେ ସମ୍ୱାଦପତ୍ରଗୁଡ଼ିକର
ସ୍ଥାନୀୟ ସଂସ୍କରଣଗୁଡ଼ିକରେ ପୁରା ପୃଷ୍ଠା ବିବରଣୀ ତଥା ଓଡ଼ିଆଟେଲିଭିଜନ
ଚ଼୍ୟାନେଲରେସୁବିସ୍ତୃତ ବର୍ଣ୍ଣନା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଟିକିନିଖି ଖବର ପଡ଼ୋଶୀ
ଗ୍ରାମାଞ୍ଚଳରେ ପହଞ୍ଚାଇ ଦେଇପାରୁଛି । ଫଳତଃ ଯାତ୍ରାର ଆକର୍ଷଣ ପରିବ୍ୟାପ୍ତ ହୋଇଛି ।
No comments:
Post a Comment