ଏକକ ବେଶ ବ୍ୟତୀତ ସହରର
କେତେକ ସାହୀ ଆନୁକୂଲ୍ୟେ ସାମୂହିକ ବେଶ ଆୟୋଜନ କରାଯାଏ ।
ବାଲାଜୀପେଣ୍ଠସାହୀକପିଳେଶ୍ୱରବ୍ୟାୟମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱରସାହୀରୁ ଚନ୍ଦ୍ରଲେଖା
ନୃତ୍ୟ, ଶଙ୍କରପୁରସାହୀରକୁସ୍ତିକସରତ, ଦଳୁଆସାହୀର ପାଇକ ନାଚ଼, କୁମ୍ଭାର ସାହୀର ଘଣ୍ଟ ଆଖାଡ଼ା,
ତଥା ଶଗଡ଼ିଆସାହୀ, ମାର୍ଥାସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୁଲ୍ୟରେ ବାଡ଼ିଆଖାଡ଼ାର ଆୟୋଜନର
ନଜିର ରହିଛି । ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ
କରିଥାନ୍ତି । ଲୋକନୃତ୍ୟସମ୍ୱଳିତରୂପନାଚ ଇତ୍ୟାଦିରେ ୨ ରୁ ୫ ଜଣ ଅଂଶଗ୍ରହଣ କରିବା ଦେଖାଯାଏ ।
ବ୍ରହ୍ମପୁର ଠାକୁରାଣୀ
ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ ଓ ‘ବୁଦ୍ଧଂଶରଣଂଗଚ୍ଛାମି’ ବେଶ ସହରବାସୀଙ୍କ ମଧ୍ୟରେ
ବେଶ୍ କୌତୁହଳ ସୃଷ୍ଟି କରିଥାଏ ।
୧୯୩୬ ମସିହାରୁ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ବେଶ ପ୍ରତି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ
ବାହାରୁଛି । ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ
ଏହିଭଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା । ଆଧୁନିକ ଯୁଗରେ ମଠ ମନ୍ଦିରରେ
ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ
ପ୍ରଦର୍ଶନ କରାଯାଇଥାଏ । ‘ଦରିଦ୍ର
ପଞ୍ଚାକ୍ଷର ପାର୍ଟି’ ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ
ଆଧୁନିକ ବେଶଭୂଷା ପରିହିତ ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାଋଢ଼ ହୋଇ ମଉଜ ମଜଲିସରେ
ବ୍ୟସ୍ତ ରହନ୍ତି । ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ
ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳଦେଶୀବେହେରାସାହୀରେ ପହଞ୍ଚି ଦେବୀଙ୍କ
ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି । ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ
କେତୋଟି ଗୀତ ଅନବରତ ବୋଲାଯାଇଥାଏ ।
‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର
ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି । ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ
ଅଂଶଗ୍ରହଣ କରିବା ନିମନ୍ତେ କୌଣସି ବାଧାବନ୍ଧନ ନାହିଁ । ବିଜିପୁର ଅଞ୍ଚଳର ସ୍ଥାୟୀ
ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ
କରିବା ନିମନ୍ତେ ଆସୁଥିବା ଦେଖାଯାଏ । ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩/୪ ଦିନ ପୂର୍ବରୁ ‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ ବେଶ ବାହାରିଥାଏ । ଏହି ବେଶରେ ଅଂଶଗ୍ରହଣ କରିବା
ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ଠାରେ ପୂର୍ବରୁ ଚାନ୍ଦା ଦେଇ କୂପନ
ସଂଗ୍ରହ କରିଥାନ୍ତି । ବେଶ ଧାରଣ ଦିନ ପୂର୍ବାହ୍ନରୁ ସମସ୍ତେ ବିଜିପୁରଠାରେ ସମବେତ ହୋଇ ଲଣ୍ଡା
ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟା ଘ.୪.୩୦ ମି.ରେ ନଗର ପରିକ୍ରମାରେ ବାହାରି
ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ଏକ ନିର୍ଦ୍ଧିଷ୍ଟ ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ
ପାଇଁ ଯାଇଥାନ୍ତି । ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ । ସ୍ଥଳବିଶେଷରେ
ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଜଳଯୋଗରେ ଆପ୍ୟାୟିତ କରିଥାଆନ୍ତି ।
ତେବେ ଜଳଯୋଗ ଫଳରେ ସମୟ ବ୍ୟୟ ଓ ଶୋଭାଯାତ୍ରା ଆୟୋଜନରେ ବିଭ୍ରାଟ ଦେଖାଯାଉଥିବାରୁ ୧୯୯୭
ମସିହାରୁ ରାସ୍ତାରେ ଜଳଯୋଗ ଗ୍ରହଣ ବାରଣ କରାଯାଇଛି ।
‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ରେ କେତେଜଣ ଅଂଶଗ୍ରହଣ କରିବେ ତାହାର କୌଣସି
ନିର୍ଦ୍ଦିଷ୍ଟତା ନଥାଏ । ତେବେ ତାହା ପ୍ରାୟ ୧୫୦ ରୁ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିଥାଏ
। ଛୋଟ ଛୋଟ ବାଳକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମଧ୍ୟ ଏଥିରେ ବେଶ ଧାରଣ କରିଥାନ୍ତି ।
ଏହି ବେଶର ପ୍ରଥମ ସଂଗଠକଙ୍କ ଦ୍ୱାରା ରଚିତ ସାତ ଗୋଟି ହାସ୍ୟମୂଳକ ଗୀତ ସାଙ୍ଗକୁ ପରବର୍ତ୍ତୀ
ପର୍ଯ୍ୟାୟରେ ଅନ୍ୟ ସଂଗଠକମାନଙ୍କ ଦ୍ୱାରା ରଚିତ ନୂତନ ଗୀତମାନଯୋଡ଼ା ଯାଇଛି । ସେଗୁଡ଼ିକ
ଶୋଭାଯାତ୍ରାରେ ଅଡ଼ିଓ ପ୍ଳେୟାରରେଲାଉଡ଼ସ୍ପିକରରେ ବଜାଯାଇଥାଏ । ଗତ
କିଛିବର୍ଷରୁନରେନ୍ଦ୍ରପୁରରଯୋଡ଼ିଶଙ୍ଖ ଶୋଭାଯାତ୍ରାର ଅଗ୍ରଭାଗରେ ସନ୍ନିବେଶିତ ହୋଇଛି ।
‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ ବେଶରେ ଅଶ୍ଳିଳତାର ଛାପ ଦେଖିବାକୁ ମିଳେ ବୋଲି
ସମାଲୋଚ଼ନା ହୁଏ । ତେବେ ସାମାଜିକ ରୀତିନୀତି ବ୍ୟବସ୍ଥାର ରସପୂର୍ଣ୍ଣ ବିଦ୍ରୁପ ଯେ ଏହି ବେଶର
ମୂଳ ଆଧାର ଏହାକୁ ଅସ୍ୱୀକାର କରି ହେବନାହିଁ । ଏହି ଶୋଭାଯାତ୍ରାର ପତାକା ‘ଶାବଳା ଶୁଖୁଆ’ ହୋଇଥିବାବେଳେ ଏଥିରେ ଅଂଶଗ୍ରହଣ କରୁଥିବା
ବେଶଧାରୀମାନେ ଗଳାରେ ରୁଦ୍ରାକ୍ଷ ବଦଳରେ ଗେଣ୍ଡା, ଶାମୂକା ମାଳ କାନରେ ଆଳୁ, ଲେମ୍ୱୁ ତଥା
ଚୂଳରେ ବେଲୁନ ବାନ୍ଧି ଥାଆନ୍ତି । ଶୋଭାଯାତ୍ରାରେ ବୋଲା ଯାଉଥିବା ଗୀତରେ ସାମାଜିକ ରୀତିନୀତିର
ସମାଲୋଚନା ଶୁଣିବାକୁ ମିଳେ । ଯଥା :“ମଦ
ହାମାର ସାଥିରେ ସଖା । ଶୁଣ୍ଢି ହାମାର ବନ୍ଧୁରେ । ମଦ ପାନ ମହା ପୂଣ୍ୟ । କାହିଁକି ତୁ
ନିନ୍ଦୁରେ….”କିମ୍ୱା“ମାଷ୍ଟର ସଙ୍ଗେ ପିଲାଏ ବୁଲିଲେ ସିଗାରେଟ ବିଡ଼ି ଖାଇଲେ । ହରିବୋଲ, ହରିବୋଲ, ହରିବୋଲ
ଭାଇରେ । ଘଟିଲା କଳି, ଦେଇଛି ଗିଳି ଧର୍ମାଧର୍ମ ନାହିଁରେ ।” ଇତ୍ୟାଦି ।
‘ଦରିଦ୍ର ପଞ୍ଚାକ୍ଷର
ପାର୍ଟି’ରେ ଅଂଶଗ୍ରହଣ କରିଥିବା ସମସ୍ତ ବେଶଧାରୀ ଧଳା ଧୋତିଖଣ୍ଡେସନ୍ନ୍ୟାସୀଙ୍କ ଭଳି ପରିଧାନ
କରନ୍ତି । ଏହି ଶୋଭାଯାତ୍ରାରେ ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସର ସହାୟତା
ନିଆଯାଇଥାଏ । ଏହି ଶୋଭାଯାତ୍ରା ସାଧାରଣତଃ ସଂଧ୍ୟା ଘ.୪.୩୦ମି ରେ ବାହାରି ଘ.୬.୩୦ମି ଯାଏଁ
ବିଜିପୁରର ସମସ୍ତ ସାହୀ ବୁଲି ଘ.୭ ରେ କମାପଲ୍ଲୀ, ଘ.୭.୩୦ ମିରେ କୋର୍ଟପେଟା, ଘ. ୮.୩୦ ମି ରେ
କଲେଜ, ଘ. ୯ରେ ପୁରୁଣା ବସଷ୍ଟାଣ୍ଡ, ଘ. ୯.୩୦ ମିରେଗିରିମାର୍କେଟ ଓ ଘ.୧୦ରେ ହନୁମାନ ବଜାର ଦେଇ
ଘ.୧୧ ବେଳକୁ ଠାକୁରାଣୀଙ୍କ ପୀଠରେ ପହଞ୍ଚି ଥାଏ ।
‘ବୁଦ୍ଧଂ-ଶରଣଂ-ଗଚ୍ଛାମି’ ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି
ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ
ଦର୍ଶନ ଲାଗି ଯାଇଥାନ୍ତି । ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ
କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ।
No comments:
Post a Comment